ଭାଇରସ୍ ବା ଭୁତାଣୁ, ଗୋଟେ ବହୁତ ଛୋଟ ଏବଂ ନିର୍ଜିବ ଜୀବ | ଏହା ଅନ୍ୟ ଏକ ଜିବ ଯେମିତି ବେକ୍ଟେରିଆ, ଉଦ୍ଭିଦ କିମ୍ବା ପ୍ରାଣୀ ମାନଙ୍କୁ ସଂକ୍ରମଣ କରିଥାଏ | ଏହାଦ୍ୱାରା ଏହି ଭୁତାଣୁ ମାନେ ବିଭିନ୍ନ ରୋଗ ସୃଷ୍ଟି କରିଥାନ୍ତି, ଆଉ ବେଳେବେଳେ ଏହି ସଂକ୍ରମଣ ଦ୍ୱାରା ପ୍ରାଣୀ ର ମୃତ୍ୟୁ ହୋଇଥାଏ | ମଣିଷ ଶରୀର ଭଳି, ଭୁତାଣୁ ମାନଙ୍କର ନିଜର କୋଶ ନାହିଁ | ସେଥିପାଇଁ ନିଜର ବୃଦ୍ଧି ଓ ବିକାଶ ପାଇଁ ତାଙ୍କୁ ଗୋଟେ ଆଧାର ବା ହୋସ୍ଟ କୋଷ ଦରକାର | ଅଧିକାଂଶ ଭୁତାଣୁ ମାନଙ୍କର ୩ଟି ଅଂଶ ଥାଏ – ଗୋଟେ ରସାୟନିକ ବସ୍ତୁ ଯେଉଁଥିରେ ଭୁତାଣୁ ର ସୁଚନା ଥାଏ, ତା’ ଚାରିକଡ଼େ ଗୋଟେ ସୁରକ୍ଷା କବଚ, ଏବଂ ସବୁ କୁ ଆବୃତ୍ତ କରୁଥିବା ଗୋଟେ ଆବରଣ ବା ଏନଭଲପ୍ | ସବୁ ଜିବ ମାନଙ୍କ ଠାରୁ ଅଲଗା ହୋଉଥିଲାବେଳେ, ମାତ୍ର ଗୋଟେ ସମରୁପତା ଭୁତାଣୁ ଏବଂ ଅନ୍ୟ ପ୍ରାଣୀ ମାନଙ୍କ ଭିତରେ ଏହା ଯେ ସେମାନେ ସମସ୍ତଙ୍କ ପାଖରେ ରସାୟନିକ ବସ୍ତୁ ଯାହାକୁ ଜେନେଟିକ୍ ମେଟେରିଆଲ କୁହାଯାଏ (ଅନ୍ୟ ପ୍ରାଣୀ ମାନଙ୍କ ପାଖରେ ଥାଏ DNA ଏବଂ ଭୁତାଣୁ ମାନଙ୍କ ପାଖରେ ଥାଏ RNA) | ବିଭାଜନ କରିବା ପାଇଁ ଭୁତାଣୁ ପ୍ରଥମେ ଗୋଟେ ଜୀବିତ କୋଷ ଭିତରକୁ ପ୍ରବେଶ କରି ତା’ ର ଯନ୍ତ୍ରାବଳୀ କୁ କବ୍ଜା କରିଥାଏ | ତା ପରେ ନିଜର ଅନେକ ଗୁଡିଏ ପ୍ରତିଲିପି ତିଆରି କରିଥାଏ | ଏହା ପରେ କୋଷ ଟି ଫାଟି ଯାଇ ସେଥିରୁ ସବୁ ପ୍ରତିଲିପି ବାହାରି ଅନ୍ୟ ଏକ କୋଷ କୁ ସଂକ୍ରମଣ କରିବାକୁ ଯାନ୍ତି | ବେଳେବେଳେ ପ୍ରତିଲିପି ତିଆରି କରିବା ସମୟରେ ଜେନେଟିକ ଦ୍ରବ୍ୟ ରେ କିଛି ପରିବର୍ତ୍ତନ ହେଇଥାଏ ଯାହାକୁ ଉତ୍ପରିବର୍ତ୍ତନ କୁହାଯାଏ ଯାହାଦ୍ୱାରା ଚିକିତ୍ସା ମିଳିବା କଷ୍ଟକର ହେଇପଡ଼େ | SARS, Influenza ଭୁତାଣୁ, ଏବଂ n-COVID 19 କିଛି ଭୁତାଣୁ ର ଉଦାହରଣ ଯେଉଁଗୁଡିକ ମଣିଷ ମାନଙ୍କୁ ଆକ୍ରାନ୍ତ କରେ | ବର୍ତମାନ ର ଭୁତାଣୁ n-COVID 19 ପୂର୍ବରୁ ବହୁତ ପଶୁ ପକ୍ଷୀ ମାନଙ୍କୁ ଆକ୍ରାନ୍ତ କରିଛି ଏବଂ ଚୀନ ର ପଶୁ ପକ୍ଷୀ ବଜାର ରୁ ମଣିଷ ମାନଙ୍କୁ ଆକ୍ରାନ୍ତ କରିଛି |
