n-COVID19 ମଣିଷର ଶ୍ୱାସତନ୍ତ୍ରକୁ ପ୍ରଭାବିତ କରିଥାଏ ଏବଂ ସଂକ୍ରମଣ ସୃଷ୍ଟି କରିଥାଏ। ଯଦିଓ ମଶାମାନଙ୍କ ଦ୍ୱାରା ବିଭିନ୍ନ ରୋଗ ଯଥା ଡେଙ୍ଗୁ ଓ ଚିକୁନଗୁନିଆ ହୋଇଥାଏ, n-COVID19 ତାହା ମଧ୍ୟରୁ ଅନ୍ୟତମ ନୁହେଁ। n-COVID19 ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କୁ କାମୁଡ଼ିଥିବା ମଶା ଅନ୍ୟ ବ୍ୟକ୍ତି ବା ଜୀବଙ୍କୁ କାମୁଡ଼ି n-COVID19 ଦ୍ୱାରା ଆକ୍ରାନ୍ତ କରିପାରିବ ନାହିଁ। n-COVID19 ଆକ୍ରାନ୍ତ ବ୍ୟକ୍ତିଙ୍କର ସିଙ୍ଘାଣି, ଲାଳ ଅଥବା କଫ ବା ଛିଙ୍କର ଜଳୀୟକଣା ଦ୍ୱାରା ବ୍ୟାପିଥାଏ। ଏହି ଭୂତାଣୁ ଯେ ମଶାମାନଙ୍କ ଦ୍ୱାରା ବ୍ୟାପେ, ଏପର୍ଯ୍ୟନ୍ତ ତାହାର କୌଣସି ପ୍ରମାଣ ମିଳିନାହିଁ। ଏ ସଂକ୍ରମଣରୁ ବଂଚିବା ପାଇଁ, ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା (social distancing) ରକ୍ଷା କରିବାର ଅଭ୍ୟାସ କରନ୍ତୁ। ସାମାଜିକ ଦୂରତାର ଅର୍ଥ ରୋଗ ହୋଇଥିବା ବା ରୋଗର ଲକ୍ଷଣ ଦେଖାଉଥିବା ଲୋକମାନଙ୍କ ପାଖରୁ ଦୁରେଇକି ରହିବା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(World Health Organisation) ଅନୁସାରେ, ଶୁଖିଲା କାଶ, ଜର ଓ କ୍ଲାନ୍ତି ହେଉଛି ଏ ରୋଗର ଅନ୍ୟତମ ସାଧାରଣ ଲକ୍ଷଣ।
