କୋଭିଡ-୧୯ ବିଶ୍ଵବ୍ୟାପୀ ମହାମାରୀର ସମୟରେ, ଆଲକୋହଲଯୁକ୍ତ ହାତ ବିଶୋଧକ ବ୍ୟକ୍ତିଗତ ପରିଚ୍ଛନ୍ନତା ସାମଗ୍ରୀ ଭାବରେ ଲୋକପ୍ରିୟତା ହାସଲ କରିଛି। CDC ଅନୁସାରେ, ସାବୁନ ଓ ପାଣିର ଅନୁପସ୍ଥିତିରେ, ହାତ ବିଶୋଧକକୁ ହାତ ସଫା କରିବା ପାଇଁ ବ୍ୟବହାର କରିଯାଇପାରିବ। ଅଧିକାଂଶ ହାତ ବିଶୋଧକରେ ଆଇସୋପ୍ରୋପାଇଲ ଆଲକୋହଲ (isopropyl alcohol) କିମ୍ବା ଇଥାଇଲ ଆଲକୋହଲ (ethyl alcohol) ଥାଏ।
ଆଲକୋହଲ ଜୀବାଣୁର କୋଷ ଝିଲ୍ଲୀର ଗଠନକୁ ଓ ଭୂତଣୁର ଆବରଣକୁ ନଷ୍ଟ କରିଦିଏ। ତେଣୁ ଯଦି ଆଲକୋହଲକୁ କଠିନ ପୃଷ୍ଠ ବା ଚମ ଉପରେ ପକାଯାଏ, ଏଥିରେ ଥିବା ଅନେକ ରୋଗ ସୃଷ୍ଟି କରୁଥିବା ସୂକ୍ଷ୍ମଜୀବ ମରିଯାନ୍ତି। ଏହି କାରଣରୁ ଆଲକୋହଲକୁ ରୋଗ ନ ବ୍ୟାପିବା ଲାଗି, ସଂକ୍ରମଣରୁ ବଂଚିବା ପାଇଁ ପୃଷ୍ଠ ସଫା କରିବାରେ ଓ ପୂଜ ରୋକିବା ପାଇଁ ଘା ସଫା କରିବା ସମୟରେ ବ୍ୟବହାର କରାଯାଏ ।
କିନ୍ତୁ ଆଲକୋହଲର କିଛି ସୀମା ରହିଛି। ଆବରଣ ନ ଥିବା ଭୂତାଣୁ ଓ ବୀଜାଣୁ ଉପରେ ଏହା କାମ ଦିଏ ନାହିଁ। ଏହାକୁ ବାରମ୍ବାର ବ୍ୟବହାର କଲେ ଶୁଷ୍କ ଲାଗିପାରେ ଓ ଏହା ଆଖିରେ ପଶିଗଲେ ଜଳନ ସୃଷ୍ଟି କରିପାରେ।
ଅନେକ ଆଲକୋହଲଯୁକ୍ତ ହାତ ବିଶୋଧକ ଦାବୀ କରୁଛନ୍ତି ଯେ ଏମାନେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିପାରନ୍ତି। ବାହ୍ୟ ସୁକ୍ଷ୍ମଜୀବମାନଙ୍କଠାରୁ ରକ୍ଷା ପାଇବା ପାଇଁ ଶରୀରରେ ଥିବା ପ୍ରତିରୋଧକ ବ୍ୟବସ୍ଥାକୁ ରୋଗ ପ୍ରତିରୋଧକ ଶକ୍ତି କୁହାଯାଏ। ସଂକ୍ରମଣକୁ ଅଟକାଉଥିବା ଆଲକୋହଲ ସୁକ୍ଷ୍ମଜୀବମାନଙ୍କୁ ମାରି ପୃଷ୍ଠ ଓ ଚମ ସଫା କରିପାରେ। ଏହା ଦ୍ୱାରା ସଂକ୍ରାମକ ଜୀବାଣୁ ଆମ ଶରୀରରେ ପ୍ରବେଶ କରିବାର ସୁଯୋଗ କମିଯାଏ। କିନ୍ତୁ ଆଲକୋହଲ ଆମ ଶରୀରରେ ପୂର୍ବରୁ ପ୍ରବେଶ କରିସାରିଥିବା ଓ ଆମକୁ ଆକ୍ରାନ୍ତ କରିସାରିଥିବା ଜୀବାଣୁ ନିମନ୍ତେ କାର୍ଯ୍ୟକାରୀ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିର ପ୍ରକ୍ରିୟାକୁ ପ୍ରଭାବିତ କରିପାରିବନାହିଁ।
