
ସରକାରୀ ତଥ୍ୟ ଅନୁସାରେ, ଭାରତରେ କୋଭିଡ୧୯ ସଂକ୍ରମଣରେ ଓ ମୌଳିକ ଚିକିତ୍ସାର ସୁବିଧା ଅଭାବରୁ ପ୍ରତିଦିନ ୪୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ଶବଦାହ କିମ୍ବା କବର ଦେବାରେ ସହାୟତା କରୁଥିବା ବ୍ୟକ୍ତି ଅଥବା ଧାର୍ମିକ ବା ସାଂସ୍କୃତିକ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରୁଥିବା ବ୍ୟକ୍ତିମାନଙ୍କୁ ସଠିକ ‘ବ୍ୟକ୍ତିଗତ ସୁରକ୍ଷା ଉପକରଣ'(ପି.ପି.ଇ.) ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ପି.ପି.ଇ.ରେ ଗ୍ଲୋଭସ, ଫେସ-ସିଲ୍ଡ, ଆଖି ପାଇଁ କଳା ଚଷମା, ମେଡିକାଲ ମାସ୍କ ଓ ପୂର୍ଣଭାବେ ଆଚ୍ଛାଦିତ ହୋଇ ରହୁଥିବା ଜୋତା ନିଶ୍ଚୟ ରହିବା ଉଚିତ। ହଇଜା ପରି ରୋଗ ତୁଳନାରେ ଶବ ସତ୍କାର ସମୟରେ କୋଭିଡ୧୯ ସଂକ୍ରମଣର ସମ୍ଭାବନା କମ ଥାଏ । କିନ୍ତୁ ମୃତକଙ୍କ ଶରୀରକୁ ନେବା ସମୟରେ ଜଣେ ବ୍ୟକ୍ତି ମୃତଦେହରୁ ବାହାରିଥିବା ତରଳ ପଦାର୍ଥ ବା ଶ୍ରାବ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇପାରେ। କୋଭିଡରେ ମରିଥିବା ବ୍ୟକ୍ତିଙ୍କର ଫୁସଫୁସ ଓ ଅନ୍ୟ ଅଙ୍ଗରେ ମଧ୍ୟ ଜୀବନ୍ତ ଓ ସଂକ୍ରାମକ ଭୂତାଣୁ ଥାଇପାରନ୍ତି। ମୃତକଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସ୍ମଶାନ ଓ କବରସ୍ଥାନର କର୍ମୀମାନେ ଦିନ ରାତି କାମରେ ଲାଗିଛନ୍ତି। ଅଧିକାଂଶ ସମୟରେ ସେମାନଙ୍କ ପାଖରେ କୋଭିଡ ଟୀକା, ପରୀକ୍ଷା କୀଟ, ପି.ପି.ଇ., ଆର୍ଥିକ ସହଯୋଗ, ଖାଦ୍ୟ ଓ ମାନସିକ ସ୍ୱାସ୍ଥ୍ୟସେବା ପହଂଚିପାରେ ନାହିଁ। ସମୁଖଭାଗରେ କାର୍ଯ୍ୟରତ ଏହି ଅଧିକାଂଶ କର୍ମୀ ଐତିହାସିକଭାବେ ପ୍ରାନ୍ତିକ ଓ ପୀଡ଼ିତ ହୋଇଥିବା ସମ୍ପ୍ରଦାୟର ଯେଉଁମାନେକି ବର୍ତ୍ତମାନ ମଧ୍ୟ ଆନୁଷ୍ଠାନିକ ଜାତିଭେଦର ଶୀକାର ହୁଅନ୍ତି। ଏହି ଅପାତକାଳୀନ ସ୍ୱାସ୍ଥ୍ୟ ସଂକଟର ସମୁଖଭାଗରେ କାର୍ଯ୍ୟରତ କର୍ମୀ ଭାବରେ ସେମାନଙ୍କୁ ସମ୍ମାନ ଦେବା ଓ ସେମାନଙ୍କର ଦୁରାବସ୍ଥାକୁ ସୁଧାରିବାର ସମୟ ଆସିଯାଇଛି।